ସ୍ୱାମପାଟଣା କୁମାରୋତ୍ସବ କମିଟି ପକ୍ଷରୁ ୫୨ତମ ଗଜଲକ୍ଷ୍ମୀ ପୂଜା

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ଅଞ୍ଚଳ ସ୍ୱାମପାଟଣା କୁମାରୋତ୍ସବ କମିଟି ପକ୍ଷରୁ ୫୨ତମ ଲକ୍ଷ୍ମୀ ପୂଜା ଆଜି ଅପରାହ୍ନରୁ ଧୁମ ଧାମରେ ଆରମ୍ଭ ହୋଇଛି। ଆକର୍ଷଣୀୟ ସାଜ ସଜା ସାଙ୍ଗକୁ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ଏଠାରେ ପୂଜା ଆରମ୍ଭ ହୋଇଛି। ପୁଣ୍ୟତୋୟା ବୈତରଣୀରୁ କଳସ ଯାତ୍ରା ମଣ୍ଡପ ଯାଏଁ ଆସିବା ପରେ ଘଟ ସ୍ଥାପନ କରାଯାଇଥିଲା। କର୍ତ୍ତା ଭାବେ ସଂଜୀବ କୁମାର ଦାଶ ସସ୍ତ୍ରିକ ପୂଜାରେ ବସିଥିବା ବେଳେ ପୂଜକ ଭାବେ ରାମଚନ୍ଦ୍ର ଦାଶ ପୂଜାବିଧି ପରିଚାଳନା କରୁଛନ୍ତି। କମିଟିର ସଭାପତି ବିବେକାନନ୍ଦ ଦାଶ, ସମ୍ପାଦକ ଦକ୍ଷ କୁମାର ସାହୁ, ପ୍ରଶାନ୍ତ କୁମାର ଭଞ୍ଜ, ବିଦ୍ୟାଧର ଦାଶ, ଅଜୟ କୁମାର ଦାଶ, ପର୍ଶୁରାମ ପଣ୍ଡା ଓ ଲିପକ କୁମାର ସାହୁ ପ୍ରମୁଖ ପରିଚାଳନା ଦାୟିତ୍ଵରେ ଅଛନ୍ତି।

ସେହିପରି ପାଟଣା ବ୍ଲକର ତୁରୁମୁଙ୍ଗା ବଜାର, ମଲିପଶି ବଜାର, ମୂଷାଖୋରି, ସରାସକୋଲା, ଡେଣୁଆଁ, ମୁରୁସୁଆଁ, ଖିରେଇଟାଙ୍ଗିରି, ଚେମଣା, ରାଜନଗର, ବଲାଣିପଶି ଓ ଅନ୍ୟାନ୍ୟ କେତେକ ସ୍ଥାନରେ ଧନଦାତ୍ରୀ ଦେବୀ ଗଜଲକ୍ଷ୍ମୀଙ୍କର ପୂଜା ପାଇଁ ଅଞ୍ଚଳ ଉତ୍ସବ ମୁଖରିତ ରହିଛି।

Comments are closed.