କାରରେ ପିଟି ହୋଇ ବାଇକ୍ ଚାଳକ ଆହତ

ପାଟଣା: ଢେଙ୍କିକୋଟ – ପାଟଣା ୨୨୦ ନମ୍ୱର୍ ଜାତୀୟ ରାଜପଥ ଅନ୍ତର୍ଗତ କପାସପଡ଼ା ବୁଲାଣୀରେ ଆଜି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ଆହତ ହୋଇଛନ୍ତି। କରଞ୍ଜିଆରୁ ଏକ କାର ଢେଙ୍କିକୋଟ ଆଡ଼କୁ ଯାଉଥିବା ବେଳେ କପାସପଡ଼ା ବୁଲାଣୀ ନିକଟରେ ଢେଙ୍କିକୋଟରୁ ପାଟଣା ଆଡ଼କୁ ଯାଉଥିବା ଏକ ବାଇକ୍ ଡାହାଣ ପଟକୁ ମାଡ଼ି ଯାଇ କାର ସମ୍ମୁଖ ଭାବରେ ପିଟି ହୋଇଯାଇଥିଲା। ଫଳରେ ବାଇକ୍ ଚାଳକ ମୁକୁନ୍ଦପୁର ପାଟଣାର ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Comments are closed.