ରାଜନଗରରେ ଆମ ଆଦମୀ ପାର୍ଟିର ବୈଠକ

ପାଟଣା: ଆଜି ଆମ୍ ଆଦମୀ ପାର୍ଟି ତରଫରୁ ରାଜନଗର ବୈତରଣୀ ନଦୀ କୂଳରେ ପାଟଣା ପର୍ଯ୍ୟବେକ୍ଷକ ଶଶାଙ୍କ ଶେଖର ସାହୁଙ୍କ ନେତୃତ୍ୱରେ ପାଟଣା ଓ ସାହାରପଡା କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମରେ ପାଟଣା ଓ ସାହାରପଡାର ବିଭିନ୍ନ ଅଞ୍ଚଳ ରୁ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ମେଘନାଥ ମାଝୀ ଯୋଗ ଦେଇ ପାର୍ଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ବାରିକ ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ଆଲୋଚନା କରିଥିଲେ।

ଆଗାମୀ ପଞ୍ଚାୟତ ନିର୍ବାଚନରେ ପାର୍ଟି ସମସ୍ତ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀ ଦେବ ବୋଲି ନିଷ୍ପତି ନିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ନାଏକ, ସୁମନ୍ତ ସେଠୀ, ସଙ୍କୀର୍ତ୍ତନ ନାଏକ, ରବୀନ୍ଦ୍ର ସୋରେନ୍, ରାଜୀବ ଲୋଚନ ମୁଣ୍ଡାରୀ, ପ୍ରମୋଦ କୁମାର ଦେହୁରୀ, ଶରତ କୁମାର ମହାନ୍ତ, ରବୀନ୍ଦ୍ର ନାଥ ନାଏକ, ନିରାକାର ନାଏକ, ପଦ୍ମାବତୀ ମହାନ୍ତ, ପଦ୍ମିନୀ ମହାନ୍ତ, କବିତା ମହାନ୍ତ, ଦମୟନ୍ତୀ ସେଠୀ, ସନ୍ଧ୍ୟା ରାଣୀ ବେହେରା, ଉମେଶ ଚନ୍ଦ୍ର ବେଜ୍, ଅମୂଲ୍ୟ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.