ସ୍ୱାମ ପାଟଣାରେ ଦୁର୍ଗାପୂଜା

ପାଟଣା: ପାଟଣା ମୁଖ୍ୟ ବଜାର ଅଞ୍ଚଳରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କର୍ତ୍ତା ପ୍ରଦୀପ କୁମାର ଦାଶ ପୂଜାରେ ବସିଥିବା ବେଳେ ମୁଖ୍ୟ ପୂଜକ ଦେବେନ୍ଦ୍ର ମିଶ୍ର ଓ ବୃନ୍ଦାବନ ଷଡଙ୍ଗୀ ପୂଜାବିଧି ସଞ୍ଚାଳନ କରୁଛନ୍ତି। ଆୟୋଜକ ସମିତି ପକ୍ଷରୁ ମାଧବାନନ୍ଦ ପୃଷ୍ଟି, ସହଦେବ ବେହେରା, ବିଭୂ ବେହେରା, ଅଜୟ କୁମାର ବେହେରା, ସୁବୁଦ୍ଧି ବେଜ, ନନ୍ଦ କିଶୋର ଦାଶ, ଯୁଗଳ କିଶୋର ଦାଶ ଓ ଭକ୍ତ ନାଏକ ପ୍ରମୁଖଙ୍କ ଦେଖାରେଖାରେ ପୂଜା ଚାଲିଛି। କରୋନା କଟକଣାକୁ ନଜରରେ ଭିଡ ଏଡାଇବା ଓ ଶ୍ରଦ୍ଧାଳୁ ତୁଣ୍ଡି ପିନ୍ଧିବା ଉପରେ ନଜର ରଖାଯାଇଛି। ମହାଷ୍ଟମୀ ପୂଜା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comments are closed.