ସାଇବର ଜାଗରୁକତା ଦିବସ ପାଳିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦୁଆପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଇବର ଜାଗରୁକତା ଦିବସ ପାଳନ କରାଯାଇଛି। ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଟିଏମ୍ ଠକେଇ ଠାରୁ ମୋବାଇଲରେ ଲଟେରୀ ବାଜିଛି ଭଳି ପ୍ରଲଭନ ସହ ଟାୱାର ବସେଇ ଦେବା ପାଇଁ ଲୋକମାନଙ୍କୁ ସାଇବର ଠକମାନେ କିପରି ଠକନ୍ତି ସେ ସମ୍ପର୍କରେ ଏଠାରେ ସବିଶେଷ ଆଲୋଚନା ହୋଇଥିଲା। ସରକାରୀ ନିର୍ଦ୍ଦେଶ ମତେ ଏହି କାର୍ଯ୍ୟକ୍ରମ ୬ ଅକ୍ଟୋବର ୨୦୨୧ରୁ ଆରମ୍ଭ ହୋଇ ୫ ଅକ୍ଟୋବର ୨୦୨୨ରେ ଶେଷ ହେବ।

ଏହି ପ୍ରସଙ୍ଗକୁ ଦେଶର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ, ପୌରପାଳିକା, ପଞ୍ଚାୟତିରାଜ ସଂସ୍ଥା, ଶିକ୍ଷା ବିଭାଗ, ଆରକ୍ଷୀ ବିଭାଗ ପ୍ରତି ମାସର ପ୍ରଥମ ବୁଧବାରକୁ ସାଇବର ଜାଗରଣ ଦିବସ ରୂପେ ପାଳନ କରିବେ ବୋଲି ନିର୍ଦ୍ଦେଶ ଥିବାରୁ ଆଜି ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଦିବାକର ବେହେରା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବସନ୍ତ ନାଏକ, ମୋ ସ୍କୁଲ ଅଭିଯାନ ସଭାପତି ଗୁରୁଚରଣ ଦାସ, ଶିକ୍ଷାବିତ୍ ବିଦ୍ୟାଧର ନାଏକଙ୍କ ଉପସ୍ଥିତିରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Comments are closed.