ଓଲଟିଲା ଯାତ୍ରୀବାହୀ ଅଟୋ: ବୃଦ୍ଧା ମୃତ, ୫ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରିଡିହା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଯାତ୍ରୀବାହୀ ଅଟୋଟି କରଞ୍ଜିଆ ଆଡ଼ୁ ପାଟଣା ଅଭିମୁଖେ ଯାଉଥିବା ବେଳେ ଖଜୁରିଡିହା ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲାଥିଲା। ତେବେ ମୃତ ବୃଦ୍ଧା ଜଣକ ଟଭାସରୁଆର ଜୟନ୍ତୀ ବେୱା (୬୨) ବୋଲି ଜଣାପଡିଛି। ସେ ଟଭାସରୁଆରୁ ଅଟୋରେ ଉଠିଥିଲେ।

Comments are closed.