କଳାକାର ଓ କଣ୍ଠଶିଳ୍ପୀ ସମ୍ମାନୀତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମଲିପଶୀ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶିଷ୍ଟ ହାସ୍ୟ ଅଭିନେତା ପପୁ ପମ୍ ପମଙ୍କ ଦ୍ଵାରା ଜଣାଶୁଣା କଳାକାର ଓ କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରାଯାଇଛି। ବରିଷ୍ଠ ଚରିତ୍ର ଅଭିନେତା ସୁବାସ ବେହେରା, ଅକ୍ଷୟ ପାତ୍ର, ଧୀରେନ୍ଦ୍ର ଦାସ ଓ ନିଶିକାନ୍ତ ଜେନା, ମଲିପଶୀ ଗ୍ରାମର ବିଶ୍ମୟୀ ବାଳିକା ସୁଲଳିତ, ଆଲବମ୍ କଣ୍ଠଶିଳ୍ପୀ କୁନମୁନଙ୍କୁ ମାନପତ୍ର ଓ ଉପାୟନ ଦେଇ ପପୁ ପମ୍ ପମ୍ ସମ୍ବର୍ଦ୍ଧିତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଆଦିତ୍ୟ ବାହିନୀର କ୍ଷେତ୍ରୀୟ ସମ୍ପାଦକ ପ୍ରହଲ୍ଲାଦ ମହାନ୍ତ, ସଚିବ ମନୋରଞ୍ଜନ ମହାନ୍ତ, ସାମାଜିକ କର୍ମୀ ରବି ନାରାୟଣ ସିଂହ, ଦିପୁ ଦାସ,ଦିବାକର ଦେହୁରୀ, ଟୁଟୁ ରଣା, ଯତୀନ ରଣା, ଅର୍ଜୁନ ମହାନ୍ତ, ଆଶିଷ ଵେଜ, ଶିବ ରଣା, ଅଜିତ ବେହେରା, ଧର୍ମାନନ୍ଦ ରଣା ଓ ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ସାମିଲ ଥିଲେ।

Comments are closed.