ଘାଟବାଲିଯୋଡି ଗ୍ରାମରେ ବନବିଭାଗର ଅତର୍କିତ ଚଢ଼ାଉ, ବିପୁଳ ପରିମାଣର ଚୋରା କାଠ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ତଣ୍ଡୋ ବିଟ୍ ଅନ୍ତର୍ଗତ ଘାଟବାଲିଯୋଡି ଗ୍ରାମରେ ଆଜି ପାଟଣା ବନବିଭାଗ ଓ ବନବିଭାଗର ଏକ ଭ୍ରାମ୍ୟମାଣ ଦଳ ଚଢାଉ କରି ବିପୁଳ ପରିମାଣର ଚୋରା କାଠ ଜବତ କରିଛନ୍ତି। ଗତ ଦୁଇ ଦିନ ପୂର୍ବରୁ ସେହି ଗ୍ରାମରେ ପାଟଣା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୩୮ ଖଣ୍ଡ ଚଉକାଠ ଜବତ କରାଯାଇଥିଲା। ଆଜି ପୁନର୍ବାର ଘାଟବାଲିଯୋଡି ଗ୍ରାମରେ ଚଢ଼ାଉ କରାଯାଇ ୪୨ ଖଣ୍ଡ ଚଉକାଠ ଜବତ କରିଛି ବନ ବିଭାଗ।

ଏହି ଚଢ଼ାଉରେ ବନବିଭାଗ ଭ୍ରାମ୍ୟମାଣ ଚଢାଉ ଦଳ ପକ୍ଷରୁ ଏସିଏଫ୍ ଅଜୟ କୁମାର ସାହୁ, ଉପ ବନାଞ୍ଚଳ ଅଧିକାରୀ ପିତାମ୍ବର ନାଏକ, ବନପାଳ ଜ୍ୟୋସ୍ନା ରାଣୀ ବେହେରା ଓ ସୁନିତା ବାଘେଲ ସାମିଲ ଥିବାବେଳେ ପାଟଣା ବନବିଭାଗ ପକ୍ଷରୁ ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ, ବନପାଳ ସନାତନ ମିଶ୍ର, ବନରକ୍ଷୀ ତ୍ରିନାଥ ଜେନା ଓ ପ୍ରଯୁକ୍ତା ଜେନା ଏବଂ ପାରାଷ୍ଟାପ ମିଳିତ ଭାବେ ଘାଟବାଲିଯୋଡି ଗ୍ରାମରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ପୂର୍ବରୁ କାଠ ମାଫିଆ ଏହି କାଠ ସବୁକୁ ଏକ ବାଡି ଭିତରକୁ ଫିଙ୍ଗି ଦେଇଥିବା ବେଳେ ବନବିଭାଗ ସମସ୍ତ କାଠ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛି। ଜବତ କାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ ସୂଚନା ଦେଇଛନ୍ତି।

Comments are closed.