ପଞ୍ଚାୟତ ଗସ୍ତରେ ବ୍ଲକ ଉପାଧ୍ୟକ୍ଷା କିରଣବାଳା

ପାଟଣା: ଲୋକମାନେ ଅଧିକାଂଶ ସ୍ଥଳରେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବାରୁ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନିର୍ଦେଶ କ୍ରମେ ସାହାରପଡ଼ା ବ୍ଲକ ଉପାଧ୍ୟକ୍ଷା କିରଣ ବାଳା ସିଂହ, ଉଦୟପୁର ପଞ୍ଚାୟତର ଜଗାନାଳି ଏବଂ ଖଡ଼ିବେଡ଼ା ଗ୍ରାମକୁ ଯାଇ ଶୁକ୍ରବାର ଦିନ ଲୋକଙ୍କ ସମସ୍ୟା ବୁଝିଛନ୍ତି। ଗାଁ ଗୁଡିକରେ ପହଞ୍ଚି ଲୋକମାନଙ୍କୁ ସରକାରଙ୍କ ଯୋଜନାରେ କିପରି ଅନ୍ତର୍ଭୁକ୍ତ ହୋଇ ପାରିବେ, ସେ ନେଇ ଲୋକମାନଙ୍କୁ ଅବଗତ କରାଇଛନ୍ତି। ତେବେ ସେହି ପଞ୍ଚାୟତରେ କିଛି ଲୋକ ଭତ୍ତା ଏବଂ ଖାଦ୍ୟ ଯୋଜନାରୁ ବଞ୍ଚିତ ରହୁଥିବାରୁ ସେମାନେ କିପରି ଆଗାମୀ ଦିନରେ ସୁବିଧା ଉଠାଇ ପାରିବେ ସେନେଇ ଆଲୋଚନା କରିଥିଲେ। କରୋନା ମହାମାରୀ ଠାରୁ କିପରି ଦୂରରେ ରହି ପାରିବେ ଏବଂ କରୋନା ଟୀକାକରଣରେ ସାମିଲ ହେବାକୁ ସେ ଲୋକଙ୍କୁ ଅବଗତ କରାଇଛନ୍ତି।

Comments are closed.