୭୩ ଜଣ ଶିକ୍ଷକଙ୍କୁ ଦିଆଗଲା ପଦୋନ୍ନତି ଆଦେଶ ପତ୍ର

ପାଟଣା: ପାଟଣା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ୭୩ ଜଣ ଶିକ୍ଷକଙ୍କୁ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପାଟଣା ଗୋଷ୍ଠି ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ପଦୋନ୍ନତି ଅଦେଶପତ୍ର ବଣ୍ଟନ କରିଛନ୍ତି। ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କ ମଧ୍ୟରେ ପଞ୍ଚମ ବର୍ଗ (କ)ରୁ ପଞ୍ଚମ ବର୍ଗ (ଖ)କୁ ପଦୋନ୍ନତି ପାଇଥିବା ୬ ଜଣ ଶିକ୍ଷକ, ପଞ୍ଚମ ବର୍ଗ (ଖ)ରୁ ଚତୁର୍ଥ ବର୍ଗକୁ ପଦୋନ୍ନତି ପାଇଥିବା ୬୬ ଜଣ ଶିକ୍ଷକ ଓ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗକୁ ପଦୋନ୍ନତି ପାଇଥିବା ଜଣେ ଶିକ୍ଷକ ଅଛନ୍ତି। କରୋନା କଟକଣାକୁ ମାନି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷାଧିକାରୀ ଅମାନ୍ତ ଶିକ୍ଷକ ମାନଙ୍କୁ ଆଦେଶପତ୍ର ବଣ୍ଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏବିଇ ଓ ସଚ୍ଚିଦାନନ୍ଦ ସେଠୀ ଓ ଗୌରାଙ୍ଗ ଚରଣ ଖିଲାର ଗୋଷ୍ଠି ଶିକ୍ଷାଧିକାରୀଙ୍କୁ ସହଯୋଗ କରିଥିଲେ। ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ କମଳାକାନ୍ତ ପତି, ବିଜନ କୁମାର ପରିଡ଼ା, ପ୍ରମୋଦ କୁମାର ମହାନ୍ତ ଓ ଶ୍ରୀକାନ୍ତ କୁମାର ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.