ପୂର୍ବତନ ବିଧାୟକଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ପୂର୍ବତନ ପ୍ରଧାନଶିକ୍ଷକ ରାମରାୟ ମୁଣ୍ଡା (୮୫) ଙ୍କର ଗତ ୧୮ ତାରିଖରେ ପାଟଣା ବ୍ଲକ ଚାକୁଣ୍ଡାପାଳ ବାସଭଵନରେ ପରଲୋକ ଘଟିଥିଲା। ରାମରାୟଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ। ଆଜି ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅପରାହ୍ନ ୨ଟା ସମୟରେ ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ରାମରାୟ ମୁଣ୍ଡାଙ୍କ ଦୁଇପୁତ୍ର ଲିଙ୍ଗରାଜ ପ୍ରସାଦ, ସମରେନ୍ଦ୍ର ପ୍ରସାଦ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ।

ଏଥିରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଚାକୁଣ୍ଡାପାଳ ସରପଞ୍ଚ କାଇଁତା ନାଏକ, ସମିତି ସଭ୍ୟା ନରଙ୍ଗ ନାଏକ, ସମାଜସେବୀ ଅଖିଳ ଚନ୍ଦ୍ର ନାଏକ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଧାକାନ୍ତ ମହାନ୍ତ, ବିଜେପି ନେତା ସତ୍ୟବ୍ରତ ନାଏକ, କଂଗ୍ରେସ ନେତା ବିଦ୍ୟାଧର ଦାଶ, ଆଇନଜୀବୀ ଅଶ୍ଵିନୀ ପଟ୍ଟନାୟକ, ସମାଜସେବୀ ଲକ୍ଷ୍ମିଧର ନାଏକ, ଶିକ୍ଷାବିତ ଭଗବାନ ମହାନ୍ତ, ରୁଷିନାଥ ମହାନ୍ତ ଓ ସୁକୁମତୀ ମୁଣ୍ଡା ପ୍ରମୁଖ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଦିବଂଗତ ରାମରାୟ ମୁଣ୍ଡାଙ୍କୁ ସାଧାରଣ ରେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ବୋଲି ମତପ୍ରକାଶ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଜଣାଇଥିଲେ।

Comments are closed.