ରେଳବାଇ ଯାନ୍ତ୍ରିକ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା: ଘଟଗାଁ ଥାନା ଅନ୍ତର୍ଗତ ସିତବିଞ୍ଜି ରେଳ ଷ୍ଟେସନରେ ଯାନ୍ତ୍ରିକ ବିଭାଗରେ କାର୍ଯ୍ୟରତ ମୟୁରଭଞ୍ଜ ଜିଲ୍ଲା ବହଲଦା ସୋସୋ ଗ୍ରାମର ଘାସିରାମ ମାରାଣ୍ଡୀଙ୍କ ପୁଅ ଚାନ୍ଦ୍ରରାଇ ମାରାଣ୍ଡୀ (୩୫)ଙ୍କର ଖଣ୍ଟଘର ଗ୍ରାମର ଭଡ଼ା ଘରେ ମୃତ୍ୟୁ ଘଟିଛି। ଗତରାତିରେ ସେ ଭଡ଼ା ଘରେ ଶୋଇଥିଲେ। ଆଜି ସକାଳୁ ସହକର୍ମୀମାନେ ଫୋନ କରିବା ସତ୍ତ୍ୱେ ସେ ନ ଉଠିବାରୁ ବାଧ୍ୟ ହୋଇ ସହକର୍ମୀ ତାଙ୍କ ଭଡାଘରକୁ ଆସି ବେଶ କସରତ କରି କବାଟ ଖୋଇବା ପରେ ସେ ବିଛଣା ତଳେ ମୁହଁମାଡି ଆଣ୍ଠେଇବା ଅବସ୍ଥାରେ ବସିଥିଲେ। ସଙ୍ଗେ ସଙ୍ଗେ ଚାନ୍ଦରାଇକୁ ଘଟଗାଁ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଢେଙ୍କିକୋଟି ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ମୃତକର ପାଟଣାରେ ଶବ ବ୍ୟବଚ୍ଛେଦ କରାଇଛନ୍ତି। କେଉଁ କାରଣରୁ ଚାନ୍ଦରାଇ ମୃତ୍ୟୁ ବରଣ କଲେ ତାହା ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ସୂଚନା ମିଳିଛି।

Comments are closed.