ପାଟଣାର ସର୍ବପୁରାତନ ଉଚ୍ଚବିଦ୍ୟାଳୟକୁ ଉପେକ୍ଷା ନେଇ ତେଜିଲା ଅସନ୍ତୋଷ

ପାଟଣା: ପାଟଣା ବ୍ଲକର ସର୍ବପୁରାତନ ତଥା ସର୍ବପ୍ରଥମ ୧୯୪୯ ମସିହାରେ ସ୍ଥାପିତ ଗୋପୀନାଥ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ଦୁର୍ଦ୍ଦିନ ଦେଇ ଗତି କରୁଥିବା ବେଳେ ୫-ଟି ଅଧୀନରେ ଏହାର ଉନ୍ନତିକରଣ କରାଯାଇ ନଥିବାରୁ ଓ ଏହି ବିଦ୍ୟାଳୟକୁ ପ୍ରଶାସନ ପ୍ରାଥମିକତା ଦେଇ ନଥିବାରୁ ପାଟଣାରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବିଦ୍ୟାଳୟଟି ଏବେ ଏକବିଂଶ ଶତାବ୍ଦୀରେ ସେହି ଦଦରା ପୁରୁଣା ଟାଇଲି ଘରେ ଚାଲିଛି। ବିଦ୍ୟାଳୟର ଛାତ୍ରାବାସ ନ ଥିବାବେଳେ ନିଜସ୍ଵ ଖେଳପଡିଆଟିଏ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ବ୍ଲକ ଅଞ୍ଚଳର ଅନ୍ୟାନ୍ୟ କେତେକ ଉଚ୍ଚ ବିଦ୍ୟାଳୟକୁ ୫-ଟି ଅଧୀନରେ ଉନ୍ନତିକରଣ କରାଯାଉଥିବା ବେଳେ ପାଟଣା ମୁଖ୍ୟାଳୟ ପ୍ରତି ଏହି ଅନ୍ୟାୟ ବିରୋଧରେ ଗାନ୍ଧୀ ଜୟନ୍ତୀରେ ପୁରାତନ ଛାତ୍ରମାନେ ପ୍ରତିବାଦ କରିବେ ବୋଲି ସୂଚନା ମିଳିଛି।

Comments are closed.