ଅବକାରୀ ଚଢାଉ; ଜଣେ ଗିରଫ, ସାଢେ ୫ ହଜାର କେଜି ପୋଚ ନଷ୍ଟ

ପାଟଣା: ପାଟଣା ଅବକାରୀ ବିଭାଗ ଓ କେନ୍ଦୁଝର ଅବକାରୀ ମୋବାଇଲ ସ୍କ୍ୱାର୍ଡ ପାଟଣା ଅବକାରୀ ଥାନା ଅଞ୍ଚଳରେ ଚଢାଉ ସମୟରେ ୪ ଟି ଅବକାରୀ ମମଲା ରୁଜୁ ହେବା ସହ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସାଢେ ୫ ହଜାର କେଜି ମହୁଲ ପୋଚ ମଦ ଭାଟିରୁ ଉଦ୍ଧାର କରାଯାଇ ସେଗୁଡିକୁ ନଷ୍ଟ କରାଯିବା ସହ ୨ ଶହ ଲିଟର ମହୁଲି ମଦ ଜବତ କରାଯାଇଛି । ଚଢାଉ ସମୟରେ ବିପୁଳ ପରିମାଣର ମଦ ରନ୍ଧା ସରଞ୍ଜାମ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଅବକାରୀ ଇନିସପେକ୍ଟର ନିମାଇ ଚରଣ ସିଂହ , ପାଟଣା ଅବକାରୀ ଥାନାଧିକାରୀ ଦିଲ୍ଲିପ କୁମାର ତାଣ୍ଡି ଓ ମୋବାଇଲ ସ୍କ୍ୱାର୍ଡ ସବଇନିସପେକ୍ଟର ରୋହିତ କୁମାର ନାଏକଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ସାହାରପଡା ବ୍ଲକ ଭାଲିଆଡିହା , ଶଙ୍ଖୁଆ, ଗୋରାଣ୍ଡିଯୋଡି, ଚୁନୁ ସାହି, ରାଧାପୁର, ତେଣ୍ଡରା ସହ ପାଟଣା ବ୍ଲକର ମଙ୍ଗଳପୁର ଗ୍ରାମରେ ଅବକାରୀ ଚଢାଉ ହୋଇଥିଲା। ଚଢାଉ ସମୟରେ ଭାଲିଆଡିହା ର ସିଂରାୟ ମୁର୍ମ୍ମୁଙ୍କୁ ଗିରଫ କରାଯାଇଥିବା ବେଳେ ଅବକାରୀ ଧାରା ୪୧ ରେ ମାମଲା ରୁଜୁ କରାଯାଇ ତାଙ୍କୁ ଛାଡି ଦିଆଯାଇଛି ।

Comments are closed.