ନଦୀରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ

ପାଟଣା: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଶନିବାର ଦେଖିବାକୁ ମିଳିଛି । ତାଙ୍କୁ କେହି ହତ୍ୟା କରି ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ପଥରରେ ବାନ୍ଧି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ବାରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.