ଖେଳପଡିଆରୁ ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତରରେ ବିଳମ୍ବ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳୀ ଗ୍ରାମର ରୋଟାରୀ କ୍ରିକେଟ କ୍ଲବ ଖେଳ ପଡ଼ିଆରେ ୨ଟି ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ଥିବାରୁ ପଡ଼ିଆଟି ଖେଳ ଉପଯୋଗୀ ହୋଇପାରୁ ନାହିଁ। ଖୁଣ୍ଟ ୨ଟିକୁ ସ୍ଥାନାନ୍ତର କରିବା ପାଇଁ ଅତୀତରେ ନେସ୍କୋ ପକ୍ଷରୁ ଅଢେଇ ଲକ୍ଷ ଟଙ୍କା ପଇଠ ପାଇଁ କୁହାଯାଇଥିଲା। ତେବେ ବ୍ଲକ କତୃପକ୍ଷ ଏହି ଅର୍ଥ ପଇଠ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଅର୍ଥ ପଇଠ ହୋଇନାହିଁ କି ଖୁଣ୍ଟ ସ୍ଥାନାନ୍ତର ହୋଇପାରୁ ନାହିଁ। ଯାହା ଫଳରେ ଗ୍ରାମରେ ଫୁଟବଲ, କ୍ରିକେଟ ପ୍ରତିଯୋଗିତା ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସମସ୍ୟାର ସମାଧାନ ପାଇଁ କ୍ଲବ କତୃପକ୍ଷ ମତ ରଖିଛନ୍ତି।

Comments are closed.