ଟାଟା ପାଓ୍ବାରର ନବନିଯୁକ୍ତ କର୍ମଚାରୀଙ୍କୁ ସୁରକ୍ଷା ସମ୍ବନ୍ଧୀୟ ତାଲିମ

ପାଟଣା: ଟାଟା ପାଓ୍ବାର ଉତ୍ତର ଓଡ଼ିଶା ମଣ୍ଡଳ ଅନ୍ତର୍ଗତ ତୁରୁମୁଙ୍ଗା ଉପଖଣ୍ଡରେ ନବନିଯୁକ୍ତ କର୍ମଚାରୀଙ୍କୁ ସୁରକ୍ଷା ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତୁରୁମୁଙ୍ଗା ଦଧିବାହନ ଶିଳ୍ପ ତାଲିମ ଅନୁଷ୍ଠାନରେ ପାଟଣା ଓ ସାହାରପଡା ଅଞ୍ଚଳର ୧୦୦ ଜଣ ନବନିଯୁକ୍ତ କର୍ମଚାରୀ କର୍ମ କ୍ଷେତ୍ରରେ କିପରି ନିରାପଦ ଓ ସୁରକ୍ଷିତ କାର୍ଯ୍ୟ କରିବେ ସେ ସମ୍ପର୍କରେ ପ୍ରଶିକ୍ଷକ ଇଂ ଜିତେନ୍ଦ୍ର ସାହୁ ତାଲିମ ଦେଇଛନ୍ତି। ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ଚିରଞ୍ଜିତ ସାହୁ, ସାହାରପଡା କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମିକାନ୍ତ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଏହି ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Comments are closed.