‘୫ଟି’ରେ ନିର୍ମାଣାଧୀନ ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ ବୁଲି ଦେଖିଲେ ବିଧାୟକ ଓ ପ୍ରକଳ୍ପ ନିର୍ଦ୍ଦେଶକ

ପାଟଣା: ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାଷି କାର୍ଯ୍ୟକ୍ରମ ମାଧ୍ୟମରେ ଶୁଭ ଉଦଘାଟନ ଲଗ୍ନ ସ୍ଥିର ହୋଇସାରିଛି। ଏପରି ସ୍ଥିତିରେ ଲଗାଣ ବର୍ଷା ଯୋଗୁ କାମ ସରିବାରେ ବିଳମ୍ବ ହୋଇଛି। ଶିଘ୍ର ସାରିବା ଲକ୍ଷ ନେଇ କାମ କରାଯିବା ସମୟରେ କାମର ମାନ ମଧ୍ୟ କେତକ ସ୍ଥାନରେ ଠିକ ରହୁନାହିଁ। ତଥାପି ଅକ୍ଟୋବର ୨ ତାରିଖ ନିଶ୍ଚିତ ଉଦଘାଟନ କାର୍ଯ୍ୟ ଲକ୍ଷ ନେଇ କାମ କେତେଦୂର ଯାଏ ଗଲାଣି ଏହାର ସମୀକ୍ଷା କରିଛନ୍ତି ପାଟଣା ବିଧାୟକ ଜଗନ୍ନାଥ ନାୟକ ଓ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ଯ ପ୍ରମୁଖ। ଆଜି ଖିରେଇଟାଙ୍ଗିରି, ତୁରୁମୁଙ୍ଗା, ମୁରୁସୂଆଁ ଓ ଡୁମୁରିଆ ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ନିର୍ମାଣ କାମର ତଦାରଖ କରିବା ସହ ଅକ୍ଟୋବର ଶେଷ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଧାୟକ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ପାଟଣା ବିଡିଓ ଇଶ୍ଵର ଚନ୍ଦ୍ର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ବେହେରା,ମନୋଜ କୁମାର ପଣ୍ଡା, ମିହିରି କୁମାର ଟୁଡୁ ପ୍ରମୁଖ ପରିଦର୍ଶନ ଦଳରେ ସାମିଲ ଥିଲେ। ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ କେତେକ ବିଦ୍ୟାଳୟରେ ସେମାନଙ୍କ ସହ ଯୋଗ ଦେଇଥିଲେ। ସେହିପରି ଗତକାଲି ବିଧାୟକ ସାହାରପଡା ବ୍ଲକର ଯାମଦା, ରାମଚନ୍ଦ୍ର ପୁର, ବାଇକଳା, ବଡବିଲ ଓ ମାଛଗଡ ଉଚ୍ଚ ବିଦ୍ୟାଳୟର ମଧ୍ୟ ସମାନ ଲକ୍ଷ ନେଇ ପରିଦର୍ଶନ କରିଥିଲେ।

Comments are closed.