ବନ ବିଭାଗର ଚଢ଼ାଉ, ଚୋରା କାଠ ସହ ପିକ୍ଅପ୍ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ରୁହିଣିଦୁମା ନିକଟରୁ ବନ ବିଭାଗ ଗୋଟିଏ ଚୋରା କଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି। କାଠ ଚୋରା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପାଟଣା ରେଞ୍ଜର ଟିକେଶ୍ବର ମହାନ୍ତ, ଫରେଷ୍ଟର ସନାତନ ମିଶ୍ର, ଫରେଷ୍ଟ ଗାର୍ଡ ପ୍ରଯୁକ୍ତା ଜେନା ଓ ପାରାଷ୍ଟାପ ମିଳିତ ଭାବେ ରୁହିଣିଦୁମା ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବନ ବିଭାଗକୁ ଦେଖି ରାସ୍ତା ଉପରେ ଗାଡି ରଖି ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ବନ ବିଭାଗ ଚୋରା କାଠ ବୋଝେଇ ପିକ୍ଅପ୍ ଟିକୁ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି। ପିକ୍ଅପଟିରେ ୩୮ ଖଣ୍ଡ ସାଇଜ଼ କାଠ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

Comments are closed.