ନାବାଳକ ପିଠିରେ ବଢୁଛି ଆବୁ, ଚିକିତ୍ସା ପାଇଁ ଅର୍ଥ ବାଧକ

ପାଟଣା: ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଗାଲଫୁଲା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ପୁଅ ଦିନେଶ କୁମାର ନାଏକ (୧୩)ଙ୍କ ପିଠିରେ ଗୋଟିଏ ଆବୁ ବଢୁଥିବା ଦେଖାଯାଇଛି। ଦିନେଶକୁ ୮ ବର୍ଷ ହୋଇଥିବା ସମୟରେ ଆବୁ ବାହାରିଥିଲା। ଏବେ ଏହି ଆବୁ କ୍ରିକେଟ ବଲ ଭଳି ହୋଇଗଲାଣି। ସ୍ଥାନୀୟ ଡାକ୍ତରଖାନା ଓ କେନ୍ଦୁଝର ଡାକ୍ତରଖାନାକୁ ଯାଇ ଦେଖାଇ ଔଷଧ ଖାଇଥିଲେ ମଧ୍ୟ ଆବୁ ଉପଶମ ହୋଇ ପାରୁନାହିଁ। ଉନ୍ନତ ଚିକିତ୍ସା ପାଇଁ କଟକ ଭୁବନେଶ୍ୱର ଯିବାର ଆବଶ୍ୟକତା ଥିଲେ ମଧ୍ୟ ଅର୍ଥ ଏଥିପାଇଁ ବାଧକ ସାଜିଛି। ପିଲାଟିର ଭବିଷ୍ୟତକୁ ଆଖି ଆଗରେ ରଖି ଏହି ପରିବାରକୁ ସହାୟତାର ହାତ ବଢ଼ାଇବା ପାଇଁ ନିବେଦନ କରାଯାଇଛି। ଅନ୍ୟ ପକ୍ଷରେ ଦିନେଶଙ୍କ ମାଆ ଶ୍ରିମଣୀ ବେକରେ ମଧ୍ୟ ଏବେ ଏବେ ଆବୁ ବାହାରିବା ସହ ତାଙ୍କ ବେକ ବାଙ୍କି ଯାଉଥିବା ଦେଖାଯାଉଥିବାରୁ ଏହି ପରିବାରରେ ଦୁଇ ଦୁଇ ଜଣଙ୍କୁ ସମାନ ଧରଣର ରୋଗ ହେବାର କାରଣ କଣ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହାର ଅନୁଧ୍ୟାନ କରିବାକୁ ମତ ପ୍ରକାଶ ପାଇଛି।

Comments are closed.