ଭୁଲୁଦା ଆରବିଏସ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ହିରାପଶି ଚମ୍ପିୟାନ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭୁଲୁଦା ଗ୍ରାମର ଆରବିଏସ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ତୃତୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଅପରାହ୍ନରେ ଉଦଯାପିତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ଜଡିପଦା ଟିମକୁ ହରାଇ ହିରାପଶି ଟିମ୍ ଚମ୍ପିୟାନ ହୋଇଛି। ପୁରସ୍କାର ବିତରଣି ଉତ୍ସବରେ ଅତିଥି ଭାବେ ସମାଜସେବୀ ଦୀପକ କୁମାର ମଣ୍ଡଳ, ବ୍ଲକ ଯୁବ ବିଜେଡ଼ି ସଭାପତି ରଘୁବର ମହାନ୍ତ, ଖିରେଇଟାଙ୍ଗିର ପଞ୍ଚାୟତ ସଭାପତି ମହେନ୍ଦ୍ର କୁମାର ମହାନ୍ତ, ଭୈରବ କୁମାର ମହାନ୍ତ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଓ ରନସ୍ଅଫ୍ ଟିମକୁ ପୁରସ୍କୃତ କରିଥିଲେ।

Comments are closed.