କାମ ମିଳିଲାନି, ପୁଣି ଗୁଜୁରାଟ ମୁହାଁ ହେଲେ ଶ୍ରମଜୀବୀ

ପାଟଣା: କରୋନା କଟକଣା ଲାଗୁ ସମୟରେ ଗାଁ ମୁହାଁ ହୋଇଥିବା ଶ୍ରମଜୀବୀ ମାନଙ୍କୁ ଅଞ୍ଚଳରେ କାମ ଯୋଗାଇବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇ ଥିବା ଦେଖାଯାଇଛି । ଏପରି ସ୍ଥିତିରେ ବାହର ରାଜ୍ୟର ଅର୍ଥରେ ପରିବାର ଚଳାଉଥିବା ଶ୍ରମଜୀବୀ ମାନେ ସଂଘର୍ଷ କରି ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଲାଣି । ବାଧ୍ୟ ହୋଇ ସେମାନେ ଏବେ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଗୋଡ ବଢେଇଲେଣି । କେବଳ ଶ୍ରମଜୀବୀ ମାନେ ଯେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ତାହା ନୁହେଁ ବରଂ ସେମାନେ ଯେଉଁ ସଂସ୍ଥା ଓ କମ୍ପାନୀରେ କାର୍ୟ୍ୟ କରୁଥିଲେ ସେହି ଶ୍ରମଜୀବୀଙ୍କୁ ଏକାଠି କରି ଗୁଜରାଟ ନେଉଥିବା ଦେଖାଯାଉଛି । ଆଜି ପାଟଣା ବ୍ଲକର ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଅନୁନ୍ୟ ଶହେ ଜଣ ଶ୍ରମଜୀବୀ ବସ ଯୋଗେ ଗୁଜରାଟ ଯାଉଛନ୍ତି । ଦୁଇ ଦିନ ତଳେ ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରୁ ପାଖାପାଖି ୪୦ ଜଣ ଶ୍ରମଜୀବୀ ଢେଙ୍କିକୋଟରୁ ଗୁଜରାଟ ନିଆଯାଇଥିବା ଦେଖାଯାଇଥିଲା ।

Comments are closed.