ଆଡ଼ିବନ୍ଧ ପାଣିରେ ଘର କାନ୍ଥ ଭୁଷୁଡିଲା

ପାଟଣା: ପାଟଣା ବ୍ଲକ ଖିରେଇଟାଙ୍ଗିରୀ ପଞ୍ଚାୟତ ଡାବରଚୁଆ ଗ୍ରାମର ଚିତ୍ତ ନାଏକଙ୍କ ଘର କାନ୍ଥ ଗତ ସନ୍ଧ୍ୟା ରେ ଭୁଷୁଡି ପଡ଼ିଛି। ନୂଆଗାଁ ଜାମୁବଣୀ ଆଡ଼ିବନ୍ଧ ଭାଙ୍ଗି ଗ୍ରାମରେ ପାଣି ପଶିବାରୁ ଘରର କାନ୍ଥ ଭୁଶୁଡ଼ି ଥିବା ଜଣାପଡିଛି। ତାଙ୍କ ବାଡ଼ିରେ ଆଡ଼ିବନ୍ଧ ପାଣି ପଶି ପନିପରିବା ଚାଷ ମଧ୍ୟ ନଷ୍ଟ କରିଦେଇଛି। କାନ୍ଥ ମୂଳ ଯାଏଁ ଆଡ଼ିବନ୍ଧ ପାଣି ମାଡ଼ିଯିବାରୁ ଘର ଲୋକେ ଭୟରେ ବାହାରକୁ ଚାଲିଯାଇଥିଲେ। ପାଣି ଛାଡ଼ିବା ପରେ ଆସି ଦେଖିବା ପରେ ଚିତ୍ତ ଙ୍କ ରୋଷେଇ ଘର କାନ୍ଥ ଭୁଶୁଡ଼ି ପଡ଼ିବା ସହ ପନିପରିବା ଚାଷ ନଷ୍ଟ ହୋଇଥିବା ଏବଂ ବାଡ଼ିରୁ ମଧ୍ୟ ମାଟି ଧୋଇ ଯାଇଥିବା ଦେଖିବାକୁ ପାଇଥିଲେ।

Comments are closed.