ସ୍ବଚ୍ଛତା ଦେଖିବ ତ ପାଟଣା ବ୍ଲକ କାର୍ଯ୍ୟାଳୟକୁ ଆସ!

ପାଟଣା: କୋଠା ଉପରେ କୋଠା ତିଆରି ହେଲାଣି। ପଙ୍ଖା ବଦଳରେ ଶୀତ ତାପ ନିୟନ୍ତ୍ରିତ ଯନ୍ତ୍ର ଲାଗିଲାଣି। ସାମ୍ନାରୁ ଦେଖିଲେ ଦାସ ବର୍ଷ ତଳର ପାଟଣା ବ୍ଲକ କାର୍ଯ୍ୟାଳୟ ଏବେ ସମ୍ପୂର୍ଣ୍ଣ ନୂଆ ନୂଆ ଲାଗୁଛି। ଏତେ ସତ୍ବେ ପାଟଣା ବ୍ଲକ କାର୍ଯ୍ୟାଳୟର ସ୍ବଚ୍ଛତା ଦିଗଟି ଦଶ ବର୍ଷ ତଳେ ଯାହା ଥିଲା ସେଥିରେ ତିଳେ ମାତ୍ର ପରିବର୍ତ୍ତନ ହୋଇପାରୁନାହିଁ। ବ୍ଲକ କାର୍ଯ୍ୟାଳୟ ପରିସର ସ୍ବଚ୍ଛତା ପ୍ରତି ଆଦୌ ଧ୍ୟାନ ଦିଆଯାଉନାହିଁ। କାର୍ଯ୍ୟାଳୟ ଓ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ କୋଠରୀକୁ ଲାଗି ଆବର୍ଜନା ଗଛଲତା ପୂର୍ଣ୍ଣ ହୋଇପଡିଛି। ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ମଧ୍ୟ ଏହି ପରିସରରେ ରହିଥିବା ବେଳେ ଅନାବନା ଗଛକୁ ସଫା କରିବା ପାଇଁ କାହାରି ଦୃଷ୍ଟି ପଡୁନାହିଁ। ଯେଉଁଠି ବ୍ଲକ କାର୍ଯ୍ୟଳୟରେ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଆଯାଉନାହିଁ ସେହି ବ୍ଲକ ଅଞ୍ଚଳରେ ସ୍ବଚ୍ଛତା କେମିତି ଥିବ ତାହା ଏଥିରୁ ଅନୁମାନ କରାଯାଉଛି।

Comments are closed.