୧୨ ଦିନ ହେଲାଣି ନାବାଳକ ନିଖୋଜ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ଗ୍ରାମରୁ ଜଣେ ୧୩ ବର୍ଷର ବାଳକ ନିଖୋଜ ହୋଇଛି। ନିଜ ସାଇକେଲ ସହ ବାଳକଟି କୁଆଡେ ଚାଲିଯାଇଛି ଅଥବା ତାକୁ ଅପହରଣ କରାଯାଇଛି ତାହା ଜଣାପଡ଼ିନାହିଁ। ଗତ ୪ ତାରିଖରୁ ୧୨ ଦିନ ଧରି ପିଲାଟିର ବାପା ମାଆ ବନ୍ଧୁ ବାନ୍ଧବଙ୍କ ଘର ସହ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନିରାଶ ହେବା ପରେ ଗତକାଲି ତୁରୁମୁଙ୍ଗା ଥାନାରେ ଲିଖିତ ଜଣାଇଛନ୍ତି। ତୁରୁମୁଙ୍ଗା ଥାନା ପକ୍ଷରୁ ଏକ ଅପହରଣ ମାମଲା ରୁଜୁ କରାଯାଇ ପିଲାଟିକୁ ଠାବ କରିବା ପାଇଁ ଉଦ୍ୟମ ଚଳାଇ ଥିବା ଥାନାଧିକାରୀ ବୈଦ୍ୟନାଥ ସାହୁଙ୍କ ଠାରୁ ପ୍ରକାଶ। ନିଖୋଜ ଥିବା ଶିଶୁଟି ପୁରନ୍ଦରପୂର ଗ୍ରାମର କମଳଲୋଚନ ମହାନ୍ତଙ୍କ ପୁଅ ରାକେଶ ମହାନ୍ତ (୧୩ ) ବୋଲି ଜଣାପଡିଛି।

Comments are closed.