ଅବକାରୀ ବିଭାଗ ଚଢ଼ାଉ, ଚୋରା ମଦ ସହ ୨ ବାଇକ୍ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଆଜି ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଚଢ଼ାଉ ସମୟରେ ଅବକାରୀ ବିଭାଗ ଚୋରା ମହୁଲି ମଦ ସହ ଦୁଇଟି ବାଇକ୍ ଜବତ କରିଛି। ଏହି ଚଢ଼ାଉ ସମୟରେ ଭାଲିଆଡିହା ଗ୍ରାମ ନିକଟର ଅବକାରୀ ବିଭାଗକୁ ଦେଖି ଜଣେ ମଦ ମାଫିଆ ବାଇକ୍ ଛାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବାଇକ୍ ରେ ଥିବା ୪୫ ଲିଟର ମହୁଲି ମଦ ସହ ବାଇକଟିକୁ ଅବକାରୀ ବିଭାଗ ଜବତ କରିଛି। ସେହିପରି କେନ୍ଦେଇପଶି ନିକଟରେ ୧୫ ଲିଟର ମହୁଲି ମଦ ସହ ଏକ ସ୍କୁଟିକୁ ଜବତ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉ ରେ ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡି, ଅତିରିକ୍ତ ଅଧିକାରୀ ଜଗନ୍ନାଥ ଭିତିରିଆ, କନେଷ୍ଟବଳ ମିଥୁନ କୁମାର ଜେନା, ଆରତୀ ବେହେରା ସାମିଲ ଥିଲେ।

Comments are closed.