ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣା: ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଝାରବେଡା ଗ୍ରାମରେ ଗତ ବିଳମ୍ବିତ ରାତିରେ ଝରକା ଗ୍ରୀଲ୍ ତାଡ଼ି ଜଣେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘରର ପଛପଟ ଝରକା ଗ୍ରୀଲ୍ ତାଡ଼ି ଘରେ ପଶି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୫ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଗୃହ କର୍ତ୍ତା ଷଡ଼ଙ୍ଗୀ ଏମ୍ କେ ଗାନ୍ଧୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ସାହୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ତାଙ୍କ ଘରୁ ୨ଟି ସୁନା ହାର, ଦୁଇ ହଳ କାନ ଫୁଲ, ୩ ଟି ମୁଦି, ଏକହଳ ରୁଲି, ଏକ ହଳ ପଲା, ୨ଟି ଲକେଟ୍ ଓ ୫ ହଜାର ନଗଦ ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ପରେ ତୁରୁମୁଙ୍ଗା ଥାନା ଏ.ଏସ.ଆଇ ଭରତ ଚନ୍ଦ୍ର ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Comments are closed.