ବିପୁଳ ପରିମାଣର ଚୋରା କାଠ ଜବତ କଲା ପାଟଣା ବନ ବିଭାଗ 

ପାଟଣା : କେନ୍ଦୁଝର ଡିଏଫଙ୍କ ନିର୍ଦ୍ଦେଶ କ୍ରମେ ଆଜି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ନେତୃତ୍ୱରେ ପାଟଣା ବନ ବିଭାଗ ଓ ଘଟଗାଁ ବନ ବିଭାଗ ମିଳିତ ଚଢଉ କରି କୁସୁନପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ଚୋରା କାଠ ଜବତ କରିଛନ୍ତି । ଜବତ କାଠର ମଧ୍ୟରେ ୩୦ ଖଣ୍ଡ ପିଆଶାଳ ପଟା, ୪୦ ଖଣ୍ଡ ଗମ୍ଭାରୀ ପଟା ଓ ବହୁ ଚଉକାଠ ରହିଛି । ତେବେ ଚଢାଉ ସମୟରେ କାଠ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜବତ କାଠ ଗୁଡ଼ିକୁ ଘଟଗାଁ ବନ କାର୍ଯ୍ୟାଳୟକୁ ନିଆଯାଇଛି । ଜବତ କାଠର ଆନୁମାନିକ ମୂଲ୍ୟ ୫୦ ରୁ ୬୦ ହଜାର ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ କହିଛନ୍ତି ।

 

Comments are closed.