ଅବକାରୀ ଚଢାଉ, ମଦ ସହ ୨ ଗିରଫ

ପାଟଣା: କେନ୍ଦୁଝରରୁ ଅବକାରୀ ବିଭାଗର ଭ୍ରାମ୍ୟମାଣ ଚଢାଉ ଦଳ ପାଟଣା ଅବକାରୀ ଥାନା ଅଞ୍ଚଳରେ ଆଜି ଚଢାଉ କରିବା ସମୟରେ ଚୋରା ଦେଶୀ ଓ ବିଦେଶୀ ମଦ ଜବଦ କରିବା ସହ ଚୋରା ମଦ କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛନ୍ତି। ପାଟଣା ଅବକାରୀ ଥାନା ଅଞ୍ଚଳ କେନ୍ଦେଇପଶିର କାର୍ତ୍ତିକ ବେହେରା ଙ୍କ ଠାରୁ ୧୫ ଲିଟର ଦେଶୀ ମହୁଲି ମଦ ଜବଦ ସହ ତେଣ୍ଡରା ଗ୍ରାମର ସୁରେଶ ମହାନ୍ତଙ୍କ ଠାରୁ ୪ ଲିଟର ୧୪୦ ମିଲି ଭାରତ ତିଆରି ବିଦେଶୀ ମଦ ଭର୍ତ୍ତି ବୋତଲ ଜବଦ କରାଯିବା ସହ ଉଭୟଙ୍କୁ ଗିରଫ କରାଯାଇଛି। ଭ୍ରାମ୍ୟମାଣ ଦଳରେ ଅବକାରୀ ନିରୀକ୍ଷକ ଚନ୍ଦନ କୁମାର ମଣ୍ଡଳ ଓ ଏ ଏସ ଆଇ ରବୀନ୍ଦ୍ର କୁମାର ମୁର୍ମୁଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Comments are closed.