ଗୋଷ୍ଠି ଭିତ୍ତିକ ଭିଡିଓ ପ୍ରସ୍ତୁତି ଉପରେ ପଞ୍ଚଦିବସୀୟ କର୍ମଶାଳା ଉଦଘାଟିତ

ପାଟଣା: ଜୁଆଙ୍ଗ ଉନ୍ନୟନ ସଂସ୍ଥା,କେନ୍ଦୁଝର ଓ ଡିଜିଟାଲ ଗ୍ରୀନ ଭୁବନେଶ୍ଵରର ମିଳିତ ସହଯୋଗରେ ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ସ୍ଥିତ ‘ଭାରତ ‘ ସଂଗଠନ ପରିସରରେ ପାଞ୍ଚ ଦିନିଆ ଗୋଷ୍ଠି ଭିତ୍ତିକ ଭିଡିଓ ପ୍ରସ୍ତୁତି ସମ୍ବନ୍ଧୀୟ କର୍ମଶାଳା ଆଜି ଉଦଘାଟିତ ହୋଇଛି। କର୍ମଶାଳାରେ ଗୋନାସିକା ଅଞ୍ଚଳର ୬ ଜଣ ଜୁଆଙ୍ଗ ଯୁବକଙ୍କୁ ଭିଡିଓ ପାଇଁ ଚିତ୍ର ଉତ୍ତୋଳନ,ପ୍ରଦର୍ଶନ, ବିଭିନ୍ନ ଉପକରଣ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଡିଜିଟାଲ ଗ୍ରୀନର ଡକ୍ଟର ନାଡା ଗୌଡା କର୍ମଶାଳାରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଛନ୍ତି। ଏହା ଛଡ଼ା ଚନ୍ଦନ ଦାଶ, ଭାବନା ମହାନ୍ତି ପ୍ରମୁଖ ସହାୟତା ଯୋଗାଇ ଦେଉଛନ୍ତି। ଆଗାମୀ ଦିନରେ ଯୁବ ପ୍ରାମାଣିକ ଚଳଚ୍ଚିତ୍ର କରି ଜୁଆଙ୍ଗମାନଙ୍କ ବିକାଶରେ ପ୍ରଶିକ୍ଷାର୍ଥୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ଭାରତ ସଂଗଠନର ଅଞ୍ଚଳ ଅଧିକାରୀ ଶିବନାଥ ପ୍ରଧାନ, ନଟବର ନାୟକ, ତ୍ରିଲୋଚନ ମହାନ୍ତ ଓ ଅମିତ କୁମାର ମିଶ୍ର ପ୍ରମୁଖ ଏହି ପାଞ୍ଚ ଦିନିଆ କର୍ମଶାଳାକୁ ପରିଚାଳନା କରୁଛନ୍ତି।

Comments are closed.