ବର୍ଷେ ହେଲା ଢେଙ୍କିକୋଟ ମୁଣ୍ଡାସାହି ବାସୀ ଅନ୍ଧାରରେ

ପାଟଣା: ଢେଙ୍କିକୋଟ ମୁଣ୍ଡାସାହି ବାସୀ ବର୍ଷେ ହେଲା ଅନ୍ଧାରରେ ରହୁଥିବା ଅଭିଯୋଗ ହୋଇଛି। ବର୍ଷକ ତଳେ ମୁଣ୍ଡାସାହିର ସମସ୍ତ ବିପିଏଲ ପରିବାରଙ୍କୁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ ଜ୍ୟୋତି ଯୋଜନାରେ ବିଜୁଳି ଯୋଗାଇ ଦିଆଯାଇ ଥିବା ବେଳେ ଆଲୁଅ ଜଳିବାରେ କିଛି ଦିନ ପରେ କୌଣସି କାରଣରୁ ଟ୍ରାନ୍ସଫର୍ମର ପୋଡି ଯାଇଥିଲା। ଏନେଇ ସାହିବାସୀ ଢେଙ୍କିକୋଟ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଏନେଇ ନେସ୍କୋ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯିବା ପରେ ମୁଣ୍ଡାସାହିରେ ବିଦ୍ୟୁତ କାମ କରିଥିବା ଠିକା କମ୍ପାନୀ ବର୍ଷକ ପାଇଁ ସମସ୍ତ ମରାମତି କରିବାର ଥିବା ବେଳେ କମ୍ପାନୀ କାମ ସାରିଦେଇ ପଳାଇ ଯାଇଥିରୁ ଏପରି ଅବ୍ୟବସ୍ଥା ଦେଖା ଦେଇଥିବା ଘଟଣାକୁ ସ୍ଵୀକାର କରିଛନ୍ତି। ନେସ୍କୋ ଉଚ୍ଚ କତ୍ତୃପକ୍ଷ ମୁଣ୍ଡାସାହି ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଢେଙ୍କିକୋଟ ସରପଞ୍ଚ ଗୈାରୀ ବାରିକ ଦାବି କରିଛନ୍ତି ।

Comments are closed.