ଲକ୍ଷାଧିକ ଟଙ୍କାର କାଠ ସହ ବୋଲେରୋ ଜବତ

ପାଟଣା : କେନ୍ଦୁଝର ଜିଲା ପାଟଣା ରେଞ୍ଜ ବାଲିପଶି ନିକଟରୁ ମଙ୍ଗଳବାର ପାଟଣା ବନ ବିଭାଗ ଏକ ଚୋରା କାଠ ବୋଝେଇ ବୋଲେରୋକୁ ଜବତ କରିଛି। ବନ ବିଭାଗକୁ ଦେଖି ବୋଲେରୋ ଡ୍ରାଇଭର ଗାଡ଼ି ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ବୋଲେରୋ ଭିତରେ ଲକ୍ଷାଧିକ ଟଙ୍କାର ଚୋରା କାଠ ଭର୍ତ୍ତି ହୋଇଥିବା ବେଳେ ବୋଲେରୋଟିକୁ ପାଟଣା ରେଞ୍ଜ ଅଫିସକୁ ବନ ବିଭାଗ ଆଣିଛି।

Comments are closed.