ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମୀକ୍ଷା ବୈଠକରେ ବିଧାୟକ

ପାଟଣା: ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ସହ ଓ.ଏମ.ବି.ଏ.ଡି.ସି(ଓମବାଡକ) ତ୍ରୟ ମାସିକ ବୈଠକ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାୟକ, ଡାକ୍ତର ଚିତ୍ତରଞ୍ଜନ ନାୟକ, ବିଡିଓ ଇଶ୍ବର ଚନ୍ଦ୍ର ନାଏକ, ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡି, ବିଇଓ ପୂର୍ଣଚନ୍ଦ୍ର ଆମାତ, ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସୁବୋଧ କୁମାର ମଣ୍ଡଳ, ଏନଜିଓରୁ ରଣଜିତ୍ ମହାନ୍ତ, ବିପିଏମ ଦୀପକ କୁମାର ନାୟକ, ପିଏଚଇଓ ସରୋଜିନୀ ସେଠୀ, ବାମ୍ ବିରଞ୍ଚି ନାରାୟଣ ତ୍ରିପାଠୀ, କମିଟି ସଦସ୍ୟ ବିବେକାନନ୍ଦ ଦାଶ, ମାଧବାନନ୍ଦ ପୃଷ୍ଟି, କେନ୍ଦୁଝରରୁ ଏଡି ପିଏଚଓ ଡକ୍ଟର ଦେବେନ ଦାଶ, ଭିଭିଡି କଂସୁଲାନ୍ତ୍ ବଳଦେବ ନନ୍ଦ ପ୍ରମୁଖ କୋଭିଡ-୧୯ ମ୍ୟାଲେରିଆ ନିୟନ୍ତ୍ରଣ ଓ ଡାକ୍ତରଖାନା ପରିଚାଳନାର ସମୀକ୍ଷା କରିଥିଲେ ।

Comments are closed.