ଅବକାରୀ ଚଢାଉ: ମଦ ଜବତ, ୨ ଗିରଫ

ପାଟଣା: ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ପାଟଣା ଅବକାରୀ ଥାନା ଅଞ୍ଚଳ ତଥା ସାହାରପଡା ବ୍ଲକ ଅଞ୍ଚଳରେ ଚଢାଉ କରାଯାଇ ୪୪ ଲିଟର ୪ଶହ ମିଲି ଚୋରା ମହୁଲି ମଦ ଓ ୩ ଲିଟର ୬ଶହ ମିଲି ବିଦେଶୀ ମଦ ଜବତ କରିବିବା ସହ ବେଆଇନ ମଦ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣା ଅବକାରୀ ବିଭାଗ । ପାଟଣା ଅବକାରୀ ସବ୍ ଇନ୍ସପେକ୍ଟର ଦିଲିପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ଏହି ଚଢ଼ାଉ ସମୟରେ ଓସ୍ତଯୋଡି ଗ୍ରାମର ସନୁ ମୁଣ୍ଡାଙ୍କ ନିକଟରୁ ୯ ଲିଟର ୪ଶହ ମିଲି ଚୋରା ମହୁଲି ମଦ ଜବତ କରାଯାଇଥିବା ବେଳେ ଉଦୟପୁରର ଆଦିତ୍ୟ ପହୀଙ୍କ ନିକଟରୁ ୩ଲିଟର ୬ଶହ ମିଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହ ଉଦୟପୁର ଗ୍ରାମରେ ଚଢ଼ାଉ କରାଯାଉଥିବା ସମୟରେ ୩୫ ଲିଟର ଚୋରା ମହୁଲି ମଦ ଜବତ କରାଯାଇଥିବା ବେଳେ ଅବକାରୀ ବିଭାଗକୁ ଦେଖି ମଦ ବେପାରୀ ଫେରାର ହୋଇଯାଇଥିବା ଜଣାପଡିଛି ।

Comments are closed.