ନାଳରୁ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କଣ୍ଟିଆପଡା ନିକଟ ଜହ୍ନେଇ ନାଳରେ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହେଲେ ପୁରୁଣିଆ ଗ୍ରାମର ନନ୍ଦ ମହନ୍ତ (୬୨)।
ସୂଚନା ଯୋଗ୍ୟ ସକାଳେ ଗ୍ରାମର କିଛି ଲୋକ ନାଳରେ ମୃତଦେହ ଭାସୁଥିବା ଦେଖି ତୁରୁମୁଙ୍ଗା ପୁଲିସ ଓ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପାଟଣା ଅଗ୍ନିଶମ ବାହିନୀ ଜହ୍ନେଇ ନାଳରୁ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣା ମେଡିକାଲକୁ ପଠାଇଯାଇଥିଲା। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗତ ୨ ତାରିଖ ସନ୍ଧ୍ୟା ରେ ନନ୍ଦ ଶୌଚ ପାଇଁ ଯାଇ ନାଳରେ ଭାସିଯାଇଥିବା ଜଣାପଡିଛି।