ପାଟଣା କଲେଜକୁ ସାନିଟାଇଜ କଲା ଅଗ୍ନିଶମ ବିଭାଗ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଛି । କଲେଜରେ +୩ ସ୍ପଷ୍ଟ ଆଡମିସନ୍ ପ୍ରକ୍ରିୟା ଜାରି ଥିବା ବେଳେ ନଭେମ୍ବର ଶେଷ ଭାଗରେ ନବମରୁ ଦ୍ବାଦଶ ଯାଏ ବିଦ୍ୟାଳୟ ଖୋଲିବା ସମ୍ଭାବନା ଥିବାରୁ +୨ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କଲେଜର ଶ୍ରେଣୀ ଗୃହ, କାର୍ୟ୍ୟାଳୟ ଓ କଲେଜ ପରିସରକୁ ସାନିଟାଇଜ କରାଯାଇଛି । ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ଆଜି ଏହି ସାନିଟାଇଜ୍ କାର୍ଯ୍ୟ କରିଛନ୍ତି ।

Comments are closed.