ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ମୃତ

ପାଟଣା: କେନ୍ଦୁଝର ଜିଲା ସାହରପଡ଼ା ବିଲା ଛକ ନିକଟରେ ବୁଧବାର ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀ ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ନିନ୍ନୁଆ ଗ୍ରାମର ଋଷିନାଥ ମୁଣ୍ଡାଙ୍କ ପୁଅ ରଞ୍ଜନ ମୁଣ୍ଡା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ରଞ୍ଜନ କୌଣସି କାମରେ ସାହାରପଡା ଆସି ଫେରିବା ସମୟରେ ବିଲ୍ଲା ଛକ ନିକଟରେ ତାଙ୍କ ବାଇକକୁ ଏକ ବୋଲେରୋ ଧକ୍କା ଦେଇଥିଲା। ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଧକ୍କା ଦେଇଥିବା ବୋଲେରୋଟି ଫେରାର ହୋଇଯାଇଛି ।

Comments are closed.