ବାଇକ୍ ଦୁର୍ଘଟଣାରେ ଦୁଇ ଗୁରୁତର

ପାଟଣା: ବାଇକ୍ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଛନ୍ତି। ନିଜ ଘର ପହଞ୍ଚିବାର ଏକ କିଲୋମିଟର ପୂର୍ବରୁ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ପାଟଣା ବ୍ଲକ ରୂଢିଆପଡ଼ା ଗ୍ରାମର ଗୁରୁ ଚରଣ ମହାନ୍ତ ଓ ତାଙ୍କ ସାଥୀ ଗୁରୁତର ହୋଇ ଘଟଣା ସ୍ଥଳରେ ପଡ଼ି ରହିଥିଲେ। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତି କରିଛି।

Comments are closed.