ବଜ୍ରାଘାତରେ ୩ବଳଦ ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ସାହାରପଡା ବ୍ଳକ ଶଙ୍ଖୁଆ ପଞ୍ଚାୟତ ଅନ୍ତର୍ଗତ ଭୋଳପଡା ଗ୍ରାମରେ ଶୁକ୍ରବାର ଅପରାହ୍ନ ସମୟରେ ବଜ୍ରାଘାତରେ ୩ଟି ବଳଦଙ୍କର ମୃତ୍ୟୁ ଘଟିଛି । ଗାଈ ଜଗୁଆଳି ଜଙ୍ଗଲକୁ ଗାଈ ଓ ବଳଦ ଚରାଇବା ପାଇଁ ନେଇଥିବା ବେଳେ ଅପରାହ୍ନରେ ଘନଘନ ବଜ୍ରପାତ ହୋଇଥିଲା । ବଳଦ ଗୁଡ଼ିକ ଏକ ଗଛମୂଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରଘାତରେ ଭୋଳପଡା ଗ୍ରାମର ଅଶୋକ କୁମାର ମହାନ୍ତ, ପ୍ରଫୁଲ ମହାନ୍ତ ଓ ମୋହନ ମହାନ୍ତଙ୍କର ୩ଟି ବଳଦର ମୃତ୍ୟୁ ଘଟିଥିଲା ।

Comments are closed.