ପୁତୁରାର ଠେଙ୍ଗା ମାଡରେ କକା ଖୁଡି ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଭଅଁରପୁର ଗ୍ରାମରେ ଜମିଜମା ବିବାଦ କୁ ନେଇ ପୁତୁରାର ଢେଙ୍ଗା ମାଡରେ କକା ଖୁଡି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଭଅଁରପୁର ଗ୍ରାମର ତ୍ରିଲୋଚନ ମହାନ୍ତ କକା ମଣିନାଥ ମହାନ୍ତଙ୍କ ସହ ଜମିବାଡ଼ି ନେଇ ବିବାଦ ଲାଗି ରହିଥିଲା । ଆଜି ସାମାନ୍ୟ କଥାକୁ ନେଇ ଏହା ଉଗ୍ରରୂପ ଧାରଣ କରିଥିଲା । ଉତ୍ୟକ୍ତ ପୁତୁରା ତ୍ରିଲୋଚନ ଏକ ଠେଙ୍ଗା ସାହାଯ୍ୟରେ ମଣିନାଥଙ୍କୁ ଆକ୍ରମଣ କରିଥିଲା । ଏହା ଦେଖି ମଣିନାଥ ଙ୍କ ପତ୍ନୀ ଡାଳିମ୍ବ ବାରଣ କରିବାରୁ ତ୍ରିଲୋଚନ ଉଭୟ କକା ଖୁଡିଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ମଣିନାଥ ମହାନ୍ତ(୭୦) ଓ ପତ୍ନୀ ଡାଳିମ୍ବ ମହାନ୍ତ(୬୫) ଙ୍କୁ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି ।

Comments are closed.