ନାଳରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମ ନିକଟସ୍ଥ ନାଳରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣଙ୍କ ହେଲେ ଏରେଣ୍ଡେଇ ରେଙ୍ଗାଳବେଡା ସାହିର ସୁଦନ ମହାକୁଡ଼ (୬୫) ବୋଲି ଜଣାପଡିଛି । ରଜାବାଡି ସାପ୍ତାହିକ ହାଟରୁ ଶୁକ୍ରବାର ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଗ୍ରାମ ନିକଟସ୍ଥ ନାଳରେ ପଡି ମୃତ୍ୟୁ ହୋଇଥିଲା।  ବୃଦ୍ଧଙ୍କ ଶବ ନାଳରେ ପଡିଥିବା ଦେଖି  ସ୍ଥାନୀୟଲୋକେ ପାଟଣା ପୁଲିସକୁ ଖବର ଦେଇଥିଲେ । ଏହାପରେ ପାଟଣା ଥାନା ଏଏସଆଇ ଶୁଧାସୁଂ ଶେଖର ଜେନା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତକର ଶବକୁ ବ୍ୟବଚ୍ଛେଦ କରାଇଛନ୍ତି ।

 

Comments are closed.