ଇଟାଭାଟିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ହତ୍ୟାକାରୀ ସ୍ବାମୀ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ବାଉଁଶନାଳୀ ଗ୍ରାମରେ ଥିବା ଏକ ଇଟା ଭାଟି ଭିତରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ କୁ ପାଟଣା ପୁଲିସ ଉଦ୍ଧାର କରିଥିଲା । ମୃତ ମହିଳା ବାଉଁଶନାଳି ଗ୍ରାମର ଚମ୍ପା ମୁଣ୍ଡା ବୋଲି ଜଣାପଡିବା ପରେ ପାଟଣା ପୁଲିସ ଘଟଣା ର ତଦନ୍ତ ଚଳାଇଥିଲା । ଗତକାଲି ମୃତ ମହିଳାଙ୍କ ଦ୍ବିତୀୟ ସ୍ବାମୀ ଖଡିବେଡାର ପାତର ଓରଫ୍ ବଗାନ ପୁର୍ତ୍ତି (୩୮) କୁ ସନ୍ଦେହରେ ଥାନାକୁ ଉଠାଇ ଆଣିଥିଲା ।

ପୁଲିସ ଜେରାରେ ବଗାନ ପୁର୍ତ୍ତି ସତ ଓଗାଳି ଦେଇଥିଲା । ବଗାନ ପୁର୍ତ୍ତି ର ନିଜ ପତ୍ନୀ ବର୍ଷକ ତଳେ ମୃତ୍ୟୁ ବରଣ କରିବା ପରେ ସେ ବାଉଁଶନାଳୀର ବିଧବା ଚମ୍ପା ମୁଣ୍ଡାକୁ ଦ୍ବିତୀୟ ବିବାହ କରିଥିବା ପ୍ରକାଶ କରିଥିଲା । କଳିଝଗଡା କାରଣରୁ ସେ ଚମ୍ପାକୁ ତଣ୍ଟି ଚିପି ହତ୍ୟା କରିବା ପରେ ଇଟାଭାଟିରେ ଲୁଚାଇଥିବା ପୁଲିସ ଆଗରେ ମାନି ଯାଇଥିଲା । ଆଜି ଅଭିଯୁକ୍ତ ବଗାନ ପୁର୍ତ୍ତି କୁ ପାଟଣା ଥାନା କେଶ ନମ୍ବର ୧୮୦/୨୦୨୦ ଦଫା ୩୦୨/ ୨୦୧ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ଅରୁପ କୁମାର ସାମଲଙ୍କ ଠାରୁ ସୂଚନା ମିଳିଛି ।

Comments are closed.