ବନୀକରଣ ଯୋଜନାରେ ଅନିୟମିତତା ବନପାଳ ଓ ବନରକ୍ଷୀ ନିଲମ୍ବିତ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଘଟଗାଁ ବ୍ଲକ୍ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମରେ କାମ୍ପା ଯୋଜନାରେ ହୋଇଥିବା ବନୀକରଣ କାର୍ଯ୍ୟରେ ୫୦ ହେକ୍ଟର ଜମିରେ ୧୦ ଲକ୍ଷ ଟଙ୍କାର ଅନୁଦାନରେ ୧୦ହଜାର ଗଛ ଲଗା ଘଟଣାରେ ଅନିୟମିତତା ଥିବା ଅଭିଯୋଗ ଆସିବା ପରେ କେନ୍ଦୁଝର ଡି ଏଫ୍.ଓ ସ୍ୱୟମ ମଲ୍ଲିକ ଘଟଣା ର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ଏହି ଯୋଜନା କାର୍ଯ୍ୟକାରିତାରେ ସାମିଲ ପାଟଣା ବନପାଳ କୁମାରୀ ଜୋସ୍ନାରାଣୀ ବେହେରା ଓ ପୋଇପାଣି ବନରକ୍ଷୀ ମଧୁସ୍ମିତା ଦୋରାଙ୍କୁ କେନ୍ଦୁଝର ଡି ଏଫ୍.ଓ ସ୍ୱୟମ ମଲ୍ଲିକ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି।

Comments are closed.