ରାଜନଗରର ପ୍ରାଚୀନ ଦେବୀପୀଠରେ ଦୂର୍ଗାପୂଜା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ର ପ୍ରାଚୀନ ଦେବୀପୀଠରେ ଦୂର୍ଗାପୂଜା ଚଳିତ ବର୍ଷ ନିରାଡମ୍ବର ପରିବେଶ ମଧ୍ୟରେ ପାଳନ କରାଯାଉଛି । ଗତ ୨୨ ତାରିଖ ବିଲ୍ବ ବରଣ ଓ ସପ୍ତମୀ ପୂଜା ପରେ ୨୩ ତାରିଖ ମହାଷ୍ଟମୀ ପୂଜା କରାଯାଇଥିଲା । ଆଜି ୨୪ ତାରିଖ ପ୍ରଭାତରୁ ସନ୍ଧି ପୂଜା ପରେ ପରେ ମହା ନବମୀ ପୂଜା , ସନ୍ଧ୍ୟାରେ ପ୍ରତୀକ ବଳି ପର୍ବ ଅନୁଷ୍ଠିତ ହୋଇଛି । ରବିବାର ପୀଠେ ବିଜୟା ଦଶମୀ ପୂଜା ଯଥାବିଧି ରେ ଅନୁଷ୍ଠିତ ହେବ । ସୋମବାର ଅପରାଜିତା ହୋମ ସହ କଳସ ବିସର୍ଜନ କାର୍ୟ୍ୟକ୍ରମ ରହିଥିବା ପୀଠ ସେବକ ମହେଶ୍ବର ମିଶ୍ର ସୂଚନା ଦେଇଛନ୍ତି । ପୂଜକ ଭାବେ ସତ୍ୟ ନାରାୟଣ ମିଶ୍ର, ଗୋପୀନାଥ ପଣ୍ଡା ଓ ଧର୍ମାନନ୍ଦ ମିଶ୍ର ପୂଜାବିଧି ପରିଚାଳନା କରୁଛନ୍ତି । କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ସାଂସ୍କୃତିକ କାର୍ୟ୍ୟକ୍ରମ ବାତିଲ କରାଯାଇଥିବା ବେଳେ ସୀମିତ ଶ୍ରଦ୍ଧାଳୁଙ୍କୁ ମାସ୍କ ବ୍ୟବହାର କରି ହାତ ସାନିଟାଇଜ କରାଯାଇ ଦୂରରୁ ଦର୍ଶନ ସୁଯୋଗ ଦିଆଯାଉଛି ।

Comments are closed.