ତିନି ଝାଡ଼ଖଣ୍ଡ କାଠ କଟାଳିଙ୍କୁ ଗିରଫ କଲା ବନ ବିଭାଗ , ୨୬ ଖଣ୍ଡ ଶାଳରୁଅ ଓ କାଠକଟା ସରଞ୍ଜାମ ଜବତ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଜୟପୁର ଗ୍ରାମର ରଘୁସାହି ଜଙ୍ଗଲ ରୁ ପାଟଣା ବନ ବିଭାଗ ତିନି ଝାଡ଼ଖଣ୍ଡ କାଠ କଟାଳି ଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨୬ ଖଣ୍ଡ ଶାଳରୁଅ ସହ ଗୋଟିଏ କରତ ଓ ଦୁଇଟି ଟାଙ୍ଗିଆ ବନ ବିଭାଗ ଜବତ୍ କରିଛି । ଗିରଫ ତିନି ଜଣ ହେଲେ ଝାଡ଼ଖଣ୍ଡ ରାଜ୍ୟ ନାରାୟଣପୁର ଥାନା ଦିଘାରୀ ଗ୍ରାମର ଇସ୍ରାଏଲ ଆନସାରୀ (୩୩) , ସଫାଉଲ୍ ଆନସାରୀ(୨୮) ଓ ବାହାରୁଦିନ୍ ଆନସାରୀ (୨୨) ବୋଲି ଜଣାପଡିଛି । ଏହି ଚଢ଼ାଉ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ନେତୃତ୍ୱରେ ହୋଇଥିଲା ।

Comments are closed.