ବାଇକ୍ ସହ ବିପୁଳ ପରିମାଣର ଦେଶୀମଦ ଜବତ କରି ପୁଲିସର ଜିମା ଦେଲେ ଗ୍ରାମବାସୀ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ କାଶିବେଡା ଗ୍ରାମରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ଗ୍ରାମରେ ଦେଶୀମଦ ସପ୍ଲାଏ କରୁଥିବା ଏକ ମଦ ବେପାରୀକୁ ବାଇକ୍ ସହ ଏକ ବସ୍ତାରେ ଭର୍ତ୍ତି ଥିବା ମଦକୁ ଜବତ କରି ଢେଙ୍କିକୋଟ ପୁଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଢେଙ୍କିକୋଟ ଟିକିରାରେ ଥିବା ଦେଶୀମଦ ଭାଟିର ମ୍ୟାନେଜର ମନୋଜ କୁମାର ଦୈନିକ ବେଆଇନ ଭାବେ ଗ୍ରାମରେ ମଦ ଯୋଗାଉଥିଲେ । ଏନେଇ ଗ୍ରାମରେ ନାନା ବିଶୃଙ୍ଖଳା ସୃଷ୍ଟି ହେବା ସହ ଗ୍ରାମରେ ବହୁଦିନ ଧରି ମଦୁଆଙ୍କ ଉତ୍ପାତ ଲାଗିରହିଥିଲା । ଆଜି ଗ୍ରାମବାସୀ ମାନେ ଗ୍ରାମରେ ବେଆଇନ ଭାବେ ମଦ ଯୋଗାଉଥିବା ଦେଖି ବାଇକ୍ ସହ ମଦ ବେପାରୀ କୁ ଧରି ଢେଙ୍କିକୋଟ ପୋଲିସ କୁ ହସ୍ତାନ୍ତର କରିଛନ୍ତି ।

Comments are closed.