+୨ ବିଜ୍ଞାନରେ ତୁରୁମୁଙ୍ଗା ଛାତ୍ର ଆଦିତ୍ୟ ନାରାୟଣଙ୍କ କୃତିତ୍ୱ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଡାକ୍ତରଖାନା ର ଫାର୍ମାସିଷ୍ଟ ଅଜୟ କୁମାର ସାହୁ ଓ କଳ୍ପନା ସାହୁ ଙ୍କ ପୁଅ ଆଦିତ୍ୟ ନାରାୟଣ ସାହୁ +୨ ବିଜ୍ଞାନ ରେ ମୋଟ ୫୫୦(୯୧.୬୭%) ନମ୍ବର ରଖି କୃତିତ୍ୱର ସହ ପାସ୍ କରିଛନ୍ତି । ଆଦିତ୍ୟ ନାରାୟଣ ଭୁବନେଶ୍ୱର ଭାତଖୁରି ସ୍ଥିତ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ +୨ ବିଜ୍ଞାନ ରେ ଅଧ୍ୟୟନ କରୁଥିବା ବେଳେ ଆଦିତ୍ୟ ନାରାୟଣ ଙ୍କ ଏହି ସଫଳତା ପାଟଣା ବ୍ଲକ ଅଞ୍ଚଳ ପାଇଁ ଗୌରବ ର ବିଷୟ ହୋଇଛି। ତୁରୁମୁଙ୍ଗା ର ବାସିନ୍ଦା ଆଦିତ୍ୟ ନାରାୟଣ ସାହୁ ସ୍ଥାନୀୟ ସ୍ୱରସ୍ଵତୀ ବିଦ୍ୟାମନ୍ଦିରରେ ଛାତ୍ର ଭାବେ ୨୦୧୮ ରେ ହାଇସ୍କୁଲ ଦଶମ ପରୀକ୍ଷା ରେ ମୋଟ ୫୬୧ (୯୩.୫%) ନମ୍ବର ରଖି ପାସ୍ କରିବା ପରେ +୨ ରେ ନାମ ଲେଖାଇଥିଲେ। ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକମାନଙ୍କୁ ସେବା ଯୋଗାଇଦେବା ତାଙ୍କର ସ୍ବପ୍ନ ବୋଲି ଆଦିତ୍ୟ ନାରାୟଣ ସମାଜ କୁ ସୂଚନା ଦେଇଛନ୍ତି। ଇଶ୍ଵର ଙ୍କ ଆର୍ଶୀବାଦ ଓ ପିତାମାତା ଙ୍କ ପ୍ରେରଣା ତାଙ୍କ ସଫଳତାର ସୂତ୍ର ବୋଲି ସୂଚନା ଦେଇଛନ୍ତି ।

Comments are closed.