ଗଡିଆରେ ବୁଡି ୩ବର୍ଷର ଶିଶୁ କନ୍ୟା ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଘଟଗାଁ ଥାନା ଅନ୍ତର୍ଗତ ବଣମହୁଲଡିହା ଗ୍ରାମରେ ବୁଧବାର ଜଣେ ୩ବର୍ଷର ଶିଶୁ କନ୍ୟା ଗଡିଆରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡ଼ିଛି  ।

ମିଳିଥିବା ସୂଚନା ଅନୁସାରେ,  ବଣମହୁଲଡିହା ଗ୍ରାମ ଦଲକି ସାହିର ପଦନା ‌ମୁର୍ମୁ‌ ଓ ତାଙ୍କ ସ୍ତ୍ରୀ ଝିଅକୁ ଛାଡ଼ି ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିଲେ ।  ଘରକୁ ଫେରିବା ପରେ ଝିଅକୁ ନଦେଖି ବହୁ ଖୋଜାଖୋଜି କରିବା ପରେ ଘର ପାଖ ପୋଖରୀରେ ରାନୀ ମୁର୍ମୁର ଶବ ଭାସୁଥିବା ଦେଖିଥିଲେ । ସେଠାରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ପରିବାର ଲୋକେ ରାନୀକୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.