ଚାଷକାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଯୁବକ ମୃତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ କାଶିପୁର ଗ୍ରାମରେ ଚାଷ ଜମିରେ ଫଶିଯାଇଥିବା ଏକ ଟ୍ରାକ୍ଟର କୁ ଉଠାଇବା ସମୟରେ ଟ୍ରାକ୍ଟର ଟି ଓଲଟି ପଡିବାରୁ ତାହା ତଳେ ଚାପି ହୋଇ ବାପି ନାଏକ (୨୬) ନାମକ ଜଣେ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି । ଆଜି ସନ୍ଧ୍ୟାରେ ଟ୍ରାକ୍ଟର ଟି ଫଶି ଯିବା ପରେ ତାକୁ କିଛି ଲୋକ ଉଠାଇବାକୁ ଚେଷ୍ଟା କରୁଥିବା ସମୟରେ ଟ୍ରାକ୍ଟର ଟି ହଠାତ୍ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ ଚାପିହୋଇ ବାପି ନାଏକ ର ମୃତ୍ୟୁ ଘଟିଛି । ଖବର ପାଇ ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରି ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ଵରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଓଲଟି ପଡ଼ିଥିବା ଟ୍ରାକ୍ଟର ତଳୁ ବାପିର ଶବକୁ ଉଦ୍ଧାର କରି ପାଟଣା ମେଡିକାଲକୁ ନେଇଥିଲେ। ଘଟଣା ସମ୍ପର୍କରେ ତୁରୁମୁଙ୍ଗା ପୋଲିସକୁ ସୂଚନା ଦିଆଯାଇଥିଲା।

Comments are closed.