ପାଟଣା ବ୍ଲକ୍ ରୁ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ

ପାଟଣା : ପାଟଣା ବ୍ଲକ୍ ଅଞ୍ଚଳରୁ ଗତ କାଲି ସନ୍ଧ୍ୟା ରେ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ନିଜ ନିଜ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଗତ ୧୩ ଜୁନ୍ ରେ ବାଙ୍ଗାଲୋର ରୁ ଫେରି ବୁଢ଼ିକାପୁଡି ପଞ୍ଚାୟତ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିବା ପଞ୍ଚାୟତ ଅଞ୍ଚଳର ଜଣେ ୨୨ ବର୍ଷର ଯୁବକ ଗତ କାଲି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବ୍ଲକ୍ ପ୍ରଶାସନ ଉପସ୍ଥିତି ରେ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ କୁ ପଠାଇଛନ୍ତି। ସେହିପରି ଏହି ବ୍ଲକ୍ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବି.ଏସ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ୨୦ ବର୍ଷୀୟ ତାମିଲନାଡୁ ଫେରନ୍ତା ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି। ସେ ସପ୍ତାହକ ତଳେ ତାମିଲନାଡୁ ରୁ ଫେରିବା ପରେ ତାଙ୍କୁ ସଙ୍ଗରୋଧ ରେ ରଖାଯାଇଥିଲା। ପାଟଣା ବ୍ଲକ୍ ପ୍ରଶାସନ ଉପସ୍ଥିତି ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଯୁବକଙ୍କୁ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍ କୁ ଗତ କାଲି ବିଳମ୍ବିତ ସନ୍ଧ୍ୟାରେ ପଠାଯାଇଛି।ଏହି ଦୁଇ ଜଣଙ୍କୁ ମିଶାଇ ଆଜି ପର୍ୟ୍ୟନ୍ତ ପାଟଣା ବ୍ଲକ୍ ଅଞ୍ଚଳରୁ ମୋଟ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେଣି।

Comments are closed.